Remembering our beloved Father!

With Family

With Family and Friends

During Stasang

Manas Dalai

ଶ୍ରୀ ମୁକୁନ୍ଦ ମୁରାରୀ ପ୍ରଭୁ ଶ୍ରୀଳ ଭକ୍ତି କେବଳ ଔଡୁଲୋମୀ ଗୁରୁ ମହାରାଜଙ୍କର ଆଶ୍ରିତ । ସେ ଖୁବ ଶିକ୍ଷିତ ଓ ବିଚାରବନ୍ତ ବୈଷ୍ଣବ ଥିଲେ । ସେ ନିଜର ଭଜନ ମାର୍ଗରେ ନିଜ ଜୀବନକୁ ଉତ୍ସର୍ଗିକୃତ କରି ଉତ୍ତର ଓଡିଶାର ସମସ୍ତ ଭକ୍ତ ମାନଙ୍କ ଶୁଦ୍ଧ ଭକ୍ତିମାର୍ଗରେ ଶିକ୍ଷା ଦେଉଥିଲେ । ସେ ଗୌଡୀୟ ମିଶନ ତରଫରୁ ବିଭିନ୍ନ ସ୍ଥାନରେ ଭାଗବତ କଥା ପ୍ରଚାର କରୁଥିଲେ । ନିଜ ସ୍କୁଲରେ ପିଲାମାନଙ୍କୁ ପାରମାର୍ଥିକ ଶିକ୍ଷାଦାନ କରୁଥିଲେ, ନିଜ ଘର ବସି ସ୍ଥାନୀୟ ଭକ୍ତମାନଙ୍କୁ ଏକତ୍ରିତ କରି ଶାସ୍ତ୍ର ଚର୍ଚ୍ଚା କରୁଥିଲେ । ସେ ନିଷ୍ଠା ସହକାରେ ଘରେ ଠାକୁର ସେବାରେ ବ୍ରତି ଥିଲେ ।

ସେ ସପରିବାର ଗୌଡୀୟ ମିଶନର ଭକ୍ତ ଆମ୍ଭେ ତାଙ୍କୁ ଏତେ ଶୀଘ୍ର ଆମ୍ଭ ମାନଙ୍କ ଗହଣରୁ ହରେଇବୁ ବୋଲି ଭାବି ପାରୁନଥିଲୁ । କୃଷ୍ଣ ଭକ୍ତ ବିରହ ଦୁଃଖ ଛଡା ଆଉ  ବଡ ଦୁଃଖ କିଛି ନାହିଁ  ଯାହା ହେଉ ସେ ଯେଉଁଠି ଥାଆନ୍ତୁ ଆମ୍ଭେ ତାଙ୍କର ଆତ୍ମକଲ୍ୟାଣ ଚିନ୍ତା କରିବା ।